ସନ୍ଷ୍ଟାର ଟିଭି ବ୍ୟୁରୋ
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ତଥା ଇଂରାଜୀରେ ଆସିଷ୍ଟାଣ୍ଟ ପ୍ରଫେସର୍ ଡ଼. ବ୍ରଜକିଶୋରଙ୍କୁ କାମ ନକରି ଶୋଉଥିବା ଅଭିଯୋଗରେ ବାହାର କରାଯାଇଛି । ଖାଲି ସେତିକି ନୁହେଁ ପରିକ୍ଷା ଫଳ ପ୍ରକାଶରେ ତ୍ରୁଟି, +୩ ପରିକ୍ଷା ପରିଚାଳନାରେ ବିଭ୍ରାଟ, ସ୍ନାତକ ଓ ସ୍ନାତକୋତ୍ତର ପରିକ୍ଷା ଫଳ ଟପର୍ ତାଲିକା ପ୍ରକାଶ ନ କରିବା ଏବଂ ମାର୍କ ଜାଲିଆତି ଆଦି ଅଭିଯୋଗ ହୋଇଥିଲା ।
ବହୁ ବର୍ଷଧରି ପୁରୀ ଭୂବନେଶ୍ୱର ଆଦି ବିଭିନ୍ନ ଶିକ୍ଷାନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ରଜକିଶୋରଙ୍କୁ କୋରାପୁଟ ଜିଲ୍ଲା ବିକ୍ରମ ଦେବ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବଦଳି କରାଯାଇଛି । କୂଳାଧିପତି ତଥା ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ବିଜ୍ଞପ୍ତି ପ୍ରକାଶ କରିବା ସହ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିଦ୍ଦେର୍ଶ ଦେଇଛନ୍ତି । ଏନେଇ ବ୍ରଜକିଶୋର ଉପରିସ୍ଥ ଅଧିକାରୀଙ୍କୁ ସିଧା ସଳଖ ଆହ୍ୱାନ କରି ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ମୁଁ ଯଦି ଦକ୍ଷ ନୁହେଁ ମୋତେ ବହିଷ୍କାର କରିଦିଅ ।