ସନଷ୍ଟାର ଟିଭି ବ୍ୟୁରୋ
ପାଟନା : ସମସ୍ତ ଏକଜିଟ୍ ପୋଲ ରିପୋର୍ଟକୁ ଭୁଲ ପ୍ରମାଣିତ କରି, ବିହାର ନିର୍ବାଚନର ଫଳାଫଳ ଏକ ପ୍ରତିଦ୍ବନ୍ଦିତା ସ୍ତରକୁ ଗତି କରିବା ଭଳି ଜଣାପଡୁଛି । ନିର୍ବାଚନ ଆୟୋଗ ଦ୍ବାରା ଜାରି ହୋଇଥିବା ସୂଚନା ଅନୂସାରେ, ପ୍ରାରମ୍ଭିକ ଭୋଟଗଣତି ଫଳାଫଳରୁ ଜଣାପଡ଼ିଛି ଯେ ଜେଡିୟୁ ନେତୃତ୍ବାଧୀନ ଏନଡିଏ ୧୧୯ଟି ଆସନରେ ଆଗୁଆ ଥିବାବେଳେ ଆରଜେଡି ନେତୃତ୍ବାଧୀନ ମହାମେଣ୍ଟ ୧୦୦ଟି ଆସନରେ ଆଗୁଆ ରହିଛି ।
ଏନଡିଏ ମଧ୍ୟରୁ ବିଜେପି ୬୧ଟି ଆସନରେ , ଜେଡିୟୁ ୫୧ଟି ଆସନରେ ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ୬ଟି ଆସନରେ ଆଗୁଆ ରହିଛନ୍ତି ।