ସନଷ୍ଟାର ଟିଭି ବ୍ୟୁରୋ
ଦିର୍ଘ ୫୨ ଦିନର ଉତ୍କଣ୍ଠା ଆଜି ଶେଷ ହେବାକୁ ଯାଉଛି । ଦୁଇ ଶକ୍ତିଶାଳୀ ଟିମ୍ ମୁମ୍ବାଇ ଓ ଦିଲ୍ଲୀ ମୁହାଁମୁହିଁ ହେବେ ଆଜିର ଶେଷ ମ୍ୟାଚରେ । ୫ଥର ଆଇପିଏଲର ତାଜ ଜିତିବା ଆଶାରେ ମୁମ୍ବାଇ କୁଲ୍ କ୍ୟାପଟେନ ରୋହିତ ଶର୍ମା । ଅନ୍ୟପଟେ ଦୀର୍ଘ ୧୨ବର୍ଷ ପରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ ।
ଚଳିତ ସିଜିନରେ ମୁମ୍ବାଇ ୧୪ଟି ମ୍ୟାଚ୍ ଖେଳି ୯ଟି ବିଜୟୀ ହୋଇ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଥିଲା । ଆଇପିଏଲ୍ର ୧୩ତମ ସିଜିନରେ ମୁମ୍ବାଇ ନିଜର ଆଧିପତ୍ୟ ଦେଖାଇଥିଲା । ଦଳ ସବୁ ବିଭାଗରେ ଦୃଢ଼ ରହିଛି । ଯାହାକି ଦଳ ପାଇଁ ଲାଭଦାୟକ ହେଉଛି । ବ୍ୟାଟିଂ ବିଭାଗରେ ସସସ୍ତ ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ସବୁଠାରୁ ଦଳ ପାଇଁ ଭଲ କଥା ହେଲା ଅଧିନାୟକ ରୋହିତ ଶର୍ମା ସୁସ୍ଥ ହୋଇ ଫେରିଛନ୍ତି । ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କିରେନ୍ ପୋଲାର୍ଡ଼ ଚମତ୍କାର ବ୍ୟାଟିଂ କରୁଛନ୍ତି । ବୋଲିଂ ବିଭାଗ ମଧ୍ୟ ସବୁଠୁ ଶକ୍ତିଶାଳୀ । ବୋଲର ବୁମ୍ରା ଓ ବୋଲ୍ଟ ଙ୍କ ପ୍ରଦର୍ଶନ ମଧ୍ୟ ଭଲ ର଼ହିଛି । ଉଭୟ କୌଣସି ବ୍ୟାଟିଂ ବିଭାଗକୁ ଧ୍ୱଂସ କରିବାର କ୍ଷମତା ରଖିଛନ୍ତି ।
ସେହିପରି ଦିଲ୍ଲୀ ଲିଗ୍ ପର୍ଯ୍ୟାୟରେ ମଧ୍ୟ ଦମ୍ଦାର ପ୍ରଦର୍ଶନ କରିଥିଲା । ତେବେ ଦିଲ୍ଲୀ ଲିଗ୍ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍ରୁ ୮ଟିରେ ବିଜୟ ହୋଇ ୧୬ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଥିଲା । ପ୍ରଥମ କ୍ୱାଲିଫାୟରରେ ମୁମ୍ବାଇଠୁ ପରାସ୍ତ ହେବା ପରେ ଦଳ ଦ୍ୱିତୀୟ ସୁଯୋଗ ପାଇଥିଲା । କ୍ୱାଲିଫାୟର ମ୍ୟାଚ୍ରେ ହାଇଦ୍ରାବାଦୁ ହରାଇ ଦଳ ଫାଇନାଲ୍ ସ୍ଥାନ ପକ୍କା କରିଥିଲା ।
ତେବେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ଆଜିର ମ୍ୟାଚରେ ସମସ୍ତଙ୍କ ନଜର ରହିବ । ଆଇପିଏଲ ୨୦୨୦ ର ଚାମ୍ପିୟନ କିଏ ହେବ ତାକୁ ନେଇ ଫ୍ୟାନ ମାନଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି ।