ସନଷ୍ଟାର ଟିଭି ବ୍ୟୁରୋ
ବିହାର : ବିବାରରେ ଆରମ୍ଭ ହୋଇଯାଇଛି ଭୋଟ ଗଣତି। କିଛି ସମୟରେ ଜଣା ପଡ଼ିଯିବ ଯେ, କାହାର ହେବ ବିହାର। ଭୋଟ ଗଣତି ସହ ଏବେ ରାଜନୈତିକ ଦଳମାନଙ୍କର ଅଗ୍ନି ପରୀକ୍ଷା ଆରମ୍ଭ ହୋଇଯାଇଛି । କୋଭିଡ୍ ମହାମାରୀ ପରିସ୍ଥିତିରେ ଜନତା କାହାକୁ ବାଛିବେ ତାହା ଏଠି ବଡ ପ୍ରଶ୍ନ । ବିହାରରେ ନରେନ୍ଦ୍ର ମୋଦୀ, ନୀତିଶ ଓ ତେଜଶ୍ବୀ ଯାଦବଙ୍କ ଭାଗ୍ୟ ପରୀକ୍ଷା ହେବ । କୋଭିଡ୍ ସମୟରେ ଏକ ବଡ଼ ନିର୍ବାଚନର ଆସିବ ପରିଣାମ । ନୀତିଶଙ୍କ ୧୫ ବର୍ଷର ମୂଲ୍ୟାଙ୍କନ ହେବାକୁ ଯାଉଛି ।
କଟକଣା ଭିତରେ ଭୋଟ ଗଣତି ହେଉଥିବା ବେଳେ ନିର୍ବାଚନ କମିଶନ୍ ଦ୍ବରା ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିହାରର ୩୮ ଜିଲ୍ଲାର ୫୫ଟି କେଦ୍ରରେ ଭୋଟ ଗଣତି ବ୍ୟବସ୍ଥା ହୋଇଛି । ୪୧୪ କାଉଣ୍ଟିଂ ହଲ୍ ମଧ୍ୟ ପ୍ରସ୍ତୁତି ହୋଇଛି ।୨୪୩ ସଭ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭା ପାଇଁ ହୋଇଥିବା ନିର୍ବାନରେ ଯିଏ ୧୨୨ଟି ଆସନ ପାଇବ ସେ ହିଁ ସରକାର ଗଠନ କରିବ । ୨୪୧ ଭୋଟର ଆସିଛି ଟ୍ରେଣ୍ଡ ଏବଂ ଟ୍ରେଣ୍ଡରେ ବହୁମତ ଆଡକୁ ଅଗ୍ରସର ହେଉଛି ଏନ୍ଡିଏ ।