ସନଷ୍ଟାର ଟିଭି ବ୍ୟରୋ
କଟକ: କରୋନା ମହାମାରୀ ସମୟରେ ପୂଜା ପାର୍ବଣକୁ ନେଇ ଚିନ୍ତାରେ ସରକାର । ଅନେକ ବାଦ ବିବାଦ ମଧ୍ୟରେ ଦୁର୍ଗାପୂଜା ପାଳନ କରାଯାଇଥିଲା । ବର୍ତମାନ କାଳୀ ପୂଜାକୁ ନେଇ ବିବାଦ ଉଠିଥିବା ବେଳେ କଟକରେ ଏଥିପ୍ରତି କଟକଣା ଜାରି କରାଯାଇଛି । କଟକ ଡିସିପି ପ୍ରତୀକ ସିଂ ଙ୍କ ସୂଚନା ମୁତାବକ ଦୁର୍ଗାପୂଜା ଭଳି କଟକଣା ଭିତରେ ପାଳିତ ହେବ କାଳୀପୂଜା । ଏ ବର୍ଷ କଟକରେ ୭୦ଟି ମଣ୍ଡପରେ ପୂଜା ପାଇବେ ମା କାଳୀ । କାଳୀପୂଜା ସମୟରେ ଭିଡ଼କୁ ଆୟତ କରିବାକୁ ପୋଲିସ ପାଟ୍ରୋଲିଂକୁ କଡାକଡି କରାଯିବା ସହ ବିଭିନ୍ନ ସ୍ଥାନରେ ଏଡ୍ ପୋଷ୍ଟ ରହିବ ।
ଦୀପାବଳିରେ ବାଣ ଫୁଟାଇବାକୁ ନେଇ ରାଜ୍ୟସରକାର କଟକଣା ଜାରି କରାଯାଇଥିବାରୁ ଏଥି ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ବ୍ୟବସ୍ଥା କରାଯାଇଛି । ପୂଜା ସମୟରେ ସହର ଭିତରେ ୧୫ ପ୍ଲାଟୁନ ପୋଲିସ ମୁତୟନ ହେବା ସହ ସେମାନଙ୍କୁ ଗାଇଡ କରିବାକୁ ୫୦ ଜଣ ଅଫିସର ମୁତୟନ ରହିବେ । ଏହାସହ ଏସଆରସି ଦ୍ବାରା ଯାହା ଗାଇଡ୍ଲାଇନ ଦିଆଯାଇଛି ସେହି ମୁତାବକ ପୂଜା ହେବ ବୋଲି ଡିସିପି ସୂଚନା ଦେଇଛନ୍ତି । ପୂଜା ଅପେକ୍ଷା ଭଷାଣୀ ସମୟରେ ଅଧିକ ଭିଡ଼ ହେଉଥିବାରୁ ଏହା ଉପରେ ପୋଲିସର ସ୍ୱତନ୍ତ୍ର ନଜର ରହିବ । ମୂର୍ତ୍ତିଗୁଡିକର ବିଷର୍ଜନ ପାଇଁ ୧୧ଟି ସ୍ୱତନ୍ତ୍ର ପୋଖରୀର ବ୍ୟବସ୍ଥା କରାଯାଇଥିବା କଥା କହିଛନ୍ତି ପ୍ରତୀକ ସିଂ ।