ସନଷ୍ଟାର ଟିଭି ବ୍ୟୁରୋ
ଆମେରିକା ରାଷ୍ଟପତି ନିର୍ବାଚନ ହାରିବା ପରେ ଡୋନାଲ୍ଡ ଟ୍ରମ୍ପକୁ ଲାଗିଛି ଆଉ ଏକ ଝଟକା । ପତ୍ନୀ ମିଲେନିଆ ଙ୍କ ଠାରୁ ଛାଡ଼ପତ୍ର ପାଇବାକୁ ଯାଉଛନ୍ତି ଯାଉଛନ୍ତି ଟ୍ରମ୍ପ । ମେଲେନିଆ ଟ୍ରମ୍ପଙ୍କ ସହିତ ୧୫ ବର୍ଷର ପୁରୁଣା ସଂପର୍କ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ହ୍ଵାଇଟ୍ ହାଉସ୍ର ଜଣେ ପୂର୍ବତନ ସହଯୋଗୀ ସୂଚନା ଦେଇ କହିଛନ୍ତି ଯେ, ଟ୍ରମ୍ପ ଓ ମେଲେନିଆ ୧୫ ବର୍ଷର ବୈବାହିକ ଜୀବନ ଉପରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି ।
ହ୍ଵାଇଟ୍ ହାଉସ୍ର ପବ୍ଲିକ ଲାଇଜନ ଅଫିସ୍ରେ କମ୍ୟୁନିକେସନର ପୂର୍ବତନ ନିର୍ଦ୍ଦେଶକ ଓମାରୋସା ମନିଗାଉଲଟ ନ୍ୟୁମେନ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ ଅଫିସ୍ରେ ଥିବାରୁ ମେଲେନିଆ ବର୍ତ୍ତମାନ ଛାଡ଼ପତ୍ର ଦେଇ ପାରୁନାହାନ୍ତି। ଯଦି ଏବେ ସେ ଛାଡ଼ପତ୍ର ଦେବା ପରି ଅପମାନଜନକ ପଦକ୍ଷେପ ନିଅନ୍ତି ତେବେ ଟ୍ରମ୍ପ ତାଙ୍କୁ ନିଜ ପଦ ବଳରେ ଦଣ୍ଡ ଦେବେ। ତେଣୁ ଟ୍ରମ୍ପ ହ୍ଵାଇଟ୍ ହାଉସ୍ରୁ ବାହାରିବା ପରେ ମେଲେନିଆ ତାଙ୍କୁ ଛାଡ଼ପତ୍ର ଦେବେ । ନ୍ୟୁମେନ ଟ୍ରମ୍ପଙ୍କ ସହିତ ଝଗଡା ପରେ ୨୦୧୭ ଡିସେମ୍ବରରେ ଅପ୍ରତ୍ୟାଶିତ ଭାବେ ନିଜ ପଦରୁ ଇସ୍ତଫା ଦେଇଥିଲେ।