ସନଷ୍ଟାର ଟିଭି ବ୍ୟୁରୋ
ଢେଙ୍କାନାଳ ଜିଲ୍ଲାର ଝିଅ ଆଦିତି ପରିଡା ସଂଯୁକ୍ତ ପ୍ରତିରକ୍ଷା ସେବା (ସିଡିଏସ୍) ପରୀକ୍ଷା (ମହିଳା)ରେ ଟପ୍ପର ହୋଇଛନ୍ତି। ଏଭଳି ସଫଳତା ହାସଲ କରିବାରେ ଆଦିତି ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା । ତାଙ୍କ ଘର ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ୍ ଅନ୍ତର୍ଗତ ନାଧରା ଗାଁରେ।
ଆଦିତି ପୁଣେରୁ ସାମ୍ବାଦିକତାରେ ସ୍ନାତକ ହାସଲ କରିଛନ୍ତି। ସେ ଏହି ବର୍ଷ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଓ ସେ ତାଙ୍କ ବାଚ୍ ର ଟପ୍ପର ମଧ୍ୟ ଥିଲେ । ସେ ପାଠ ପଢିବା ସହିତ ଓଡ଼ିଶୀ ନୃତ୍ୟ ଓ ଭଲି ବଲ ଖେଳ ରେ ମଧ୍ୟ ନିଜର ରୁଚି ରଖି ଥାନ୍ତି । । ମାତ୍ର ୨୦ବର୍ଷ ବୟସରେ ସେ ଏହି ସଫଳତା ହାସଲ କରି ଓଡିଶା ପାଇଁ ଗର୍ବ ଆଣିପାରିଛନ୍ତି ।ତାଙ୍କ ପିତା ଭୋଦେବ ପରିଡା ଭାରତୀୟ ସେନା ବାହିନୀର ବ୍ରିଗେଡିୟର ଅଛନ୍ତି
ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ସେ କେବେ ଟପ୍ ରେ ରହିବେ ବୋଲି ଆଶା କରି ନଥିଲେ କିନ୍ତୁ ସେ ଜାଣିଥିଲେ ଯେ ସେ ସିଲେକ୍ଟ ହେଇ ଯିବେ । ଭାରତୀୟ ଆର୍ମିରେ ପ୍ରବେଶ କରି ଭାରତ ମାତାର ସେବା କରିବା ତାଙ୍କ ପିଲା ବେଳର ସ୍ବପ୍ନ ଥିଲା ବୋଲି ସେ କହିଛନ୍ତି । ମାତ୍ର ୨୦ବର୍ଷ ବୟସରେ ସେ ଏହି ସଫଳତା ହାସଲ କରି ଓଡିଶା ପାଇଁ ଗର୍ବ ଆଣିପାରିଛନ୍ତି ।