ସନଷ୍ଟାର ଟିଭି ବ୍ୟୁରୋ
ଆବୁଧାବି: ଦିଲ୍ଲୀ କ୍ୟାପିଟାଲ୍ସ ସନରାଇଜର୍ସକୁ ହରାଇ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ରବିବାର ସନ୍ରାଇଜର୍ସ ହାଇଦ୍ରାବାଦକୁ ହରାଇ ଶ୍ରେୟସ୍ ଆୟରଙ୍କ ଦଳ ଆଇପିଏଲ ରେ ନିଜ ସ୍ଥାନ ପକ୍କା କରିନେଇଛି ଗତବର୍ଷ ଦିଲ୍ଲୀକୁ ହରାଇ ହାଇଦ୍ରାବାଦ କ୍ବାଲିଫାୟରକୁ ଯାଇଥିଲା। ଏବର୍ଷ ହାଇଦ୍ରାବାଦକୁ ହରାଇ ଫାଇନାଲ ଖେଳିବାକୁ ଯାଉଛି ଦିଲ୍ଲୀ କ୍ୟାପିଟାଲ୍ସ ଦଳ।
ରବିବାର ୧୯୦ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ସନ୍ରାଇଜର୍ସ ମାତ୍ର ୧୨ ରନ୍ରେ ଅଧିନାୟକ ଡେଭିଡ୍ ୱାର୍ନର (୨)ଙ୍କୁ ହରାଇଥିଲା। ତେବେ କେନ୍ ୱିଲିୟମସନ୍ (୬୭ ରନ୍, ୪୫ ବଲ୍, ୫ ଚୌକା, ୪ ଛକା)ଙ୍କ ଦ୍ରୁତ ଓ ଲଢ଼ୁଆ ଅର୍ଧଶତକ ସହ ଅବଦୁଲ ସମଦଙ୍କ ୧୬ ବଲ୍, ୩୩ (୨ ଚୌକା, ୨ ଛକା) ରନ୍ ବଳରେ ଦିଲ୍ଲୀ ପଞ୍ଝାରୁ ମ୍ୟାଚ୍ ଛଡ଼ାଇ ନେବାର ନିକଟରେ ପହଞ୍ଚି ଯାଇଥିଲା। ଠିକଣା ସମୟରେ ୱିଲିୟମସନଙ୍କୁ କୌଶଳ କ୍ରମେ ଆଉଟ୍ କରି ମାର୍କସ ଷ୍ଟୋଇନିସ୍ ମ୍ୟାଚ୍ର ମୋଡ଼ ପୂରା ବଦଳାଇ ଦେଇଥିଲେ। ରସିବ ଖାନ୍ ଏକ ଦର୍ଶନୀୟ ଛକା ମାରି ହାଇଦ୍ରାବାଦ ପାଇଁ ଆଶା ସୃଷ୍ଟି କରିଥିଲେ। ତେବେ ୱିକେଟ୍ ବଞ୍ଚାଇ ପାରି ନଥିଲେ। ଏହା ପରେ ନିୟମିତ ୱିକେଟ୍ ହରାଇ ହାଇଦ୍ରାବାଦ ୮ ୱିକେଟ୍ ବିନିମୟରେ ୧୭୨ ରନ୍ କରି ପରାଜିତ ହେବା ସହ ଚଳିତ ଆଇପିଏଲ୍ରୁ ବିଦାୟ ନେଇଥିଲା । ଷ୍ଟୋଇନିସ୍ ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।
୧୦ ନଭେମ୍ବର ରେ ଫାଇନାଲ ମ୍ୟାଚ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଦୁବାଇରେ ହେବାକୁ ଯାଉଛି ।