ସନଷ୍ଟାର ଟିଭି ବ୍ୟୁରୋ
ବୈଷୟିକ ଶିକ୍ଷା ଓ ଉଚ୍ଚଶିକ୍ଷା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ଏସ୍ସି /ଏସ୍ଟି ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ଦେଉଛନ୍ତି । ଚଳିତ ବର୍ଷ ରାଜ୍ୟ ସରକାର ୨୭ ଟି ପାଠ୍ୟକ୍ରମ ଇପରେ ଦିଆଯାଉଥିବା ଟଙ୍କାର ପରିମାଣକୁ ହ୍ରାସ କରିଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ଅସନ୍ତୋଷ ପ୍ରକାଶ କରି ତୀବ୍ର ବିରୋଧ କରିଛନ୍ତି । ଏହା ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ବାଧକ ସାଜିବ ବୋଲି ସେମାନେ କହିଛନ୍ତି ।
୨୦୧୮ରେ ବି.ଟେକ୍ ଅଧ୍ୟୟନ କରୁଥିବା ଏସ୍ସି /ଏସ୍ଟି ଛାତ୍ରଛାତ୍ରୀ ମାନେ ୬୦ ହଜାର ପାଉଥିବା ବେଳେ ଚଳିତ ବର୍ଷ ଏହି ଟଙ୍କାକୁ ୨୫ ହଜାରକୁ ହ୍ରାସ କରାଯାଇଛି । ସେହିପରି ଡିପ୍ଲୋମା ଛାତ୍ରଛାତ୍ରୀମାନଙ୍କୁ ୨୬,୫୦୦ ଦିଆଯାଉଥିବା ବେଳେ ଏହାକୁ ୩୫୦୦ କରିଦିଆଯାଇଛି ।ଏମ୍ବିଏରେ ୬୫୦୦୦ ମିଳୁଥିବା ବେଳେ ଏହାକୁ ମଧ୍ୟ ୨୫୦୦୦କୁ କମାଇ ଦିଆଯାଇଛି ।