ସନଷ୍ଟାର ଟିଭି ବ୍ୟୁରୋ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଳା ହାରିସ୍ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଅଭିନନ୍ଦନ ଜଣାଇବା ସହ ସେ ଆଉ ମଧ୍ୟ ଲେଖିଛନ୍ତି ଯେ ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଥିବା ବନ୍ଧୁତା ଆହୁରି ସୁଦୃଢ ହେବ ଓ ବିଶ୍ବର ଉଜ୍ଜଳ ଭବିଷ୍ୟତ ପାଇଁ ଦୁଇ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଏକାଠି କାର୍ଯ୍ୟ କରିବେ ।
Congratulate President-elect @JoeBiden and Vice President-elect @KamalaHarris on securing the mandate in #Elections2020. May India-US friendship grow stronger during your tenure and the two biggest democracies of the world work together for making the world a better place.
— Naveen Patnaik (@Naveen_Odisha) November 8, 2020
ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲା ପରେ ବିଶ୍ବର କୋଣ ଅନୁକୋଣରୁ ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଳା ହାରିସ୍ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଆହୁରି ଉନ୍ନତି ପାଇଁ ଆଶା ବ୍ୟକ୍ତ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଆଶା କରୁଛି ଯେ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ଭାରତ-ଆମେରିକା ନୂତନ ସମ୍ପର୍କକୁ ଉଚ୍ଚତାକୁ ନେଇଯିବେ।