ସନଷ୍ଟାର ଟିଭି ବ୍ୟୁରୋ
ଅନୁସୁଚିତ ଜାତି , ଜନଜାତି ପିଲାଙ୍କ ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ପଷ୍ଟ କରିଛନ୍ତି। ଏଥିସହିତ ସେମାନେ ପ୍ରଚଳିତ ହାରରେ ହିଁ ସ୍କଲାରସିପ ପାଇବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
କରୋନା ମହାମାରୀକୁ ଲକ୍ଷ କରି ଏସସିଏସଟି ବିକାଶ ବିଭାଗ ଦ୍ଵାରା ଏକ ରେଜଲୁସନ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ଏହାକୁ ସ୍ଥଗିତ ରଖିବା ପାଇଁ ଆଦେଶ ଦେବା ସହିତ ଏ ସମ୍ପର୍କିତ ଫାଇଲଟିକୁ ବିଶଦ ଅନୁଧ୍ୟାନ ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।