ସନଷ୍ଟାର ଟିଭି ବ୍ୟୁରୋ
ପୁରୁଷ ହୁଅନ୍ତୁ ବା ମହିଳା ଆଜିକାଲି କେଶ ଝଡିବା ଏକ ମୁଖ୍ୟ ସମସ୍ୟା ଅଟେ । ମୁଖ୍ୟତଃ ଶୀତ ଦିନେ କେଶ ଅଧିକ ପରିମାଣରେ ଝଡିଥାଏ । କେଶ ଝଡିବାକୁ ରୋକିବା ପାଇଁ ଆସନ୍ତୁ ଜାଣିବା କିଛିଟା ଟିପ୍ସ
-ଧୂଳି, ଧୂଆଁ, ପ୍ରଦୂଷଣ କେଶକୁ ଅଧିକ କ୍ଷତି ପହଞ୍ଚାଇଥାଏ । ତେଣୁ ଏସବୁ ପାଖରୁ କେଶକୁ ରକ୍ଷା କରିବା ପାଇଁ ସ୍କାର୍ଫ ବ୍ୟବହାର କରନ୍ତୁ ।
-ସପ୍ତାହକୁ ୨ରୁ ଅଧିକ ଥର କେଶ ଧୁଅନ୍ତୁ ନାହିଁ । କେଶରେ ଅଧିକ କେମିକାଲ ଜିନିଷ ବ୍ୟବହାର କରନ୍ତୁ ନାହିଁ।
-କେଶ ଧୋଇବା ୧ ଘଣ୍ଟା ପୁର୍ବରୁ କେଶରେ ଅଣ୍ଡାର ଧଳା ଅଂଶ ବା ଦହି ଲଗାନ୍ତୁ । ଏହା ଦ୍ବାରା କେଶ ନରମ ହେବା ସହିତ କେଶ ଉପୁଡିବା ମଧ୍ୟ କମ୍ କରାଇଥାଏ।
-କେଶର ଉଜ୍ଜଳତା ଫେରାଇ ଆଣିବାକୁ ବ୍ୟବହୃତ ଗ୍ରୀନ୍ ଚା’ ପାଉଚ୍(ବ୍ୟାଗ୍) ଭଲ କାମ କରେ । ଏଥିପାଇଁ ପ୍ୟାନ୍ରେ କିଛି ଚା’ ପାଉଚକୁ ପାଣି ଦେଇ ୧୫ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ । ପରେ ଏହାକୁ ଥଣ୍ଡା କରି ତୁଳା ସାହାଯ୍ୟରେ କେଶର ମୂଳ ଲଗାନ୍ତୁ । ୧୦/୧୫ ମିନିଟ୍ ପରେ ଏହାକୁ ସାମ୍ପୋରେ ଧୋଇ ନିଅନ୍ତୁ । ଏହାଦ୍ୱାରା -କେଶ ନରମ ହେବା ସହ ଲମ୍ବା, କଳା ଓ ଗହବା ହୋଇଥାଏ ।
-ଲେମ୍ବୁ ଓ କଦଳୀ ରୁପିରୁ ମୁକ୍ତି ଦେଇଥାଏ। ତେଣୁ କେଶ ଧୋଇବା ପୂର୍ବରୁ କେଶରେ ଲେମ୍ବୁ ଓ କଦଳୀ ଲଗାନ୍ତୁ ।