ସନଷ୍ଟାର ଟିଭି ବ୍ୟୁରୋ
ଆମେରିକାର ୪୬ ତମ ରାଷ୍ଟ୍ରପତି ହେଲେ ଜୋ ବିଡେନ । ଡେମୋକ୍ରାଟିକ ଦଳରୁ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ନିଜକୁ ପ୍ରମାଣିତ କରି ସାରିଛନ୍ତି ବିଡେନ । ଡୋଲାଣ୍ଡ ଟ୍ରମ୍ପଙ୍କୁ ରେକର୍ଡ ସଂଖ୍ୟକ ଭୋଟରେ ହରାଇଛନ୍ତି ସେ । ଏଥିସହ ଦ୍ବିତୀୟବାର ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ହାରିବାରେ ଟ୍ରମ୍ପ ୩୬ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ରାଷ୍ଟ୍ରପତି ହେବା ପରେ ବିଡେନ ତାଙ୍କ ପ୍ରଥମ ଭାଷଣରେ କହିଛନ୍ତି ଯେ ଲୋକମାନେ ସେମାନଙ୍କ ମତ ଦେଇସାରିଛନ୍ତି ।ଲୋକମାନଙ୍କ ପାଇଁ ସେ ରାଷ୍ଟ୍ରପତି ହୋଇଛନ୍ତି । ସେ ଆଉମଧ୍ୟ କହିଛନ୍ତି ଯେ ସେ ଆମେରିକାକୁ ଯୋଡିବା ପାଇଁ କାମ କରିବେ ଭାଙ୍ଗିବା ପାଇଁ ନୁହେଁ ।
କରୋନା କଟକଣା ଭିତରେ ଚଳିତବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ୧୬କୋଟି ମତଦାତା ମତସାବ୍ୟସ୍ତ କରିଛନ୍ତି; ଯାହାକି ଶତାବ୍ଦୀର ରେକର୍ଡ ବୋଲି କୁହାଯାଉଛି। ବାଇଡେନ୍ଙ୍କ ଦଳର ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ଉପରାଷ୍ଟ୍ରପତି ଭାବେ ସ୍ପଷ୍ଟ ହୋଇଛି। ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାରେ କମଳା ହେଉଛନ୍ତି ପ୍ରଥମ ଭାରତୀୟ ତଥା ଏସୀୟ ମହିଳା ।
ଆମେରିକା ରାଷ୍ଟ୍ରପତି ହେବା ପାଇଁ କୁହୁକ ସଂଖ୍ୟା ୨୭୦ ହୋଇଥିଲା ବେଳେ ବିଡେନ ଏହି ସଂଖ୍ୟାକୁ ଅତିକ୍ରମ କରି ୨୯୦ରେ ପହଞ୍ଚି ସାରିଛନ୍ତି ଓ ଟ୍ରମ୍ପଙ୍କୁ ମିଳିଛି ୨୧୪ ଇଲେକ୍ଟର (ସାସଂଦ) ଭୋଟ । ତେବେ ଏବେ ବି କେତେକ ରାଜ୍ୟରେ ମତଗଣନା ଜାରି ରହିଛି । ଆନୁଷ୍ଠାନିକ ଭାବେ ଜାନୁଆରୀ ୬ରେ ଫଳ ଘୋଷଣା ଓ ସେହି ମାସ ୨୦ରେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ବାଇଡେନ୍ ଶପଥ ଓ କାର୍ଯ୍ୟଭାର ଗ୍ରହଣ କରିବେ।