ସନଷ୍ଟାର ଟିଭି ବ୍ୟୁରୋ
ଆମେରିକାର ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି କମଲା ହାରିସ୍ । ଭାରତୀୟ ବଂଶୋଦ୍ଭବ ଭାବେ ସେ ପ୍ରଥମ ମହିଳା ଯିଏ କି ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଜୋ ବିଡେନଙ୍କ ଡେମୋକ୍ରାଟିକ ଦଳରୁ ପ୍ରାର୍ଥୀ ରୂପେ ସେ ନିର୍ବାଚନରେ ଛିଡା ହୋଇଥିଲେ । ସେ କାର୍ଲିଫର୍ନିଆ ରେ ସବୁଠୁ ବେଶୀ ସମୟ ଯାଏଁ ସିନେଟର ରହିଆସିଛନ୍ତି । ୫୬ ବର୍ଷିୟ ହାରିସ୍ ଉପରାଷ୍ଟ୍ରପତି ଭାବେ ଘୋଷିତ ହୋଇସାରିବା ପରେ ପ୍ରଥମେ ନିଜ ମାଙ୍କୁ ମନେ ପକାଇଥିଲେ ।
ହାରିସ୍ ୧୯୬୪ ରେ ଜନ୍ମଗ୍ରଣ କରିଥିଲେ । ତାଙ୍କ ମା ହେଉଛନ୍ତି ଶ୍ୟାମଳା ଗୋପାଳନ୍ ଯିଏ କି ଭାରତୀୟ ଓ ପିତା ଡୋଲାଣ୍ଡ ହାରିସ୍ ଯିଏ କି ଜାମାଇକାର ଅଧିବାସୀ ଅଟନ୍ତି । ଓ ସେ ଡ’ ଏମ୍ହୋଫ୍ଙ୍କୁ ବିବାହ କରିଛନ୍ତି । ତାଙ୍କର ୩ ଟି ଝିଅ ମଧ୍ୟ ଅଛନ୍ତି ।
ଆନୁଷ୍ଠାନିକ ଭାବେ ଜାନୁଆରୀ ୬ରେ ଫଳ ଘୋଷଣା ହେବ ଓ ସେହି ମାସ ୨୦ରେ ଆମେରିକାର ନୂତନ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍ ଓ ରାଷ୍ଟ୍ରପତି ଭାବେ ବାଇଡେନ୍ ଶପଥ ଓ କାର୍ଯ୍ୟଭାର ଗ୍ରହଣ କରିବେ।