ସନଷ୍ଟାର ଟିଭି ବ୍ୟୁରୋ
ଦେଶରେ ୨୦୨୧ ଜାନୁଆରୀ ୧ ତାରିଖରୁ ସବୁ ଚାରି ଚକିଆ ଯାନ ପାଇଁ ଫାସଟାଗକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତ ନୂଆ ଓ ପୁରୁଣାଗାଡ଼ି ଏହି ନିୟମ ମାନିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଏଣିକି ଅନଲାଇନ ପେମେଣ୍ଟ ଜରିଆରେ ଟିକସ ସଂଗ୍ରହକୁ ଅଗ୍ରାଧିକାର ଦିଆଯିବ। ୨୦୧୭ ଡିସେମ୍ବର ୧ ତାରିଖ ପୂର୍ବରୁ ଏମ ଓ ଏନ କ୍ୟାଟିଗୋରୀ ବର୍ଗରେ ଯେଉଁସବୁ ଗାଡ଼ିର କିଣିବିକା ହୋଇଛି ସେସବୁ ଗାଡ଼ିରେ ବିକ୍ରି ବେଳେ ଫାସଟାଗ୍ସ ବ୍ୟବସ୍ଥା ନ ଥିଲା। ତେଣୁ ସେସବୁ ଗାଡ଼ି ମାଲିକ ତୁରନ୍ତ ଫାସଟାଗ୍ ବ୍ୟବସ୍ଥା ଆପଣାଇବା ପାଇଁ କୁହାଯାଇଛି। ୨୦୧୭ ପରେ ବିକ୍ରି ହୋଇଥିବା ନୂଆ ଚାରି ଚକିଆ ଯାନରେ ପୂର୍ବରୁ ଫାସଟାଗ୍ ବ୍ୟବସ୍ଥା ରହିଛି। ଯଦି ବି କାହାର କ୍ଷତି ଘଟିଥିବ ତାହା କରାଇ ନେବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି।
ଫଳରେ ଆଉ ଟୋଲ ଗେଟରେ ଗାଡ଼ି ଗୁଡ଼ିକୁ ଯାଞ୍ଚ କରିବାକୁ ପଡ଼ିବ ନାହିଁ। ସେହିପରି ଯାତ୍ରା ସମୟରେ ଗାଡ଼ି ଗୁଡ଼ିକ ଟୋଲଗେଟରେ ଅଟକି ରହୁଥିବା ନେଇ ଯେଉଁ ସମସ୍ୟା ଥିଲା ତାହା ଦୂର ହେବ। ସେହିପରି ଅନେକ ପ୍ରକାର ଜାଲିଆତିକୁ ମଧ୍ୟ ରୋକାଯାଇପାରିବ ବୋଲି କୁହାଯାଇଛି। ଗାଡ଼ିରେ ଫାସଟାଗ୍ ଥିଲେ ସେମାନେ ଟୋଲ ଗେଟ ଦେଇ ଅତିକ୍ରମ କରିବା ବେଳେ ଧାର୍ଯ୍ୟ ପରିମାଣର ଟିକସ ସେମାନଙ୍କ ପଞ୍ଜୀକୃତ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ।