ସନଷ୍ଟାରଟିଭି ବ୍ୟୁରୋ
କଟକ; କଟକ ଏସ୍ସିବି ମେଡିକାଲ ଓ କଲେଜ ପରିସରରେ ଉଦ୍ଘାଟିତ ହେଲା ଭୂତାଣୁଜନିତ ରୋଗ ଗବେଷଣା ଓ ନିରୂପଣ ପରୀକ୍ଷାଗାର । ଏହି ପରୀକ୍ଷାଗାରରେ କୋଭିଡ୍ ସମେତ ଅନ୍ୟ ଭୂତାଣୁଜନିତ ରୋଗର ପରୀକ୍ଷା କରାଯିବ । ଏହି ପରୀକ୍ଷାଗାରକୁ ଉଦ୍ଘାଟନ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । ତାଙ୍କ ସହ ଏହି ଉଦ୍ଘାଟନୀ ସମାରୋହରେ ଯୋଗଦାନ କରିଥିଲେ ଆର୍ଡିସି, ଜିଲ୍ଲାପାଳ ଓ ସିଏମ୍ସି କମିସନର । ଏହି ପରୀକ୍ଷାଗାରଟି ଗବେଷକ , ଛାତ୍ର ମାନଙ୍କୁ ଭୁତାଣୁ ସମ୍ବନ୍ଧରେ ଗବେଷଣା କରିବାକୁ ସାହାଯ୍ୟ କରିବ ବୋଲି ମହତାବ ମତ ଦେଇଛନ୍ତି । ଏକ କୋଟି ଟଙ୍କା ବ୍ୟୟ ବରାଦରେ ଏହି ପ୍ରକଳ୍ପଟି ହୋଇଛି ।