ସନଷ୍ଟାରଟିଭି ବ୍ୟୁରୋ
ଚଳିତ ବର୍ଷ କରୋନା କଟକଣା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଅନଲାଇନ୍ ପାଠପଢା ସହ ମାଟ୍ରିକ ପରୀକ୍ଷା ନିମେନ୍ତ ଫର୍ମ ପୂରଣ ମଧ୍ୟ ଅନଲାଇନ୍ ରେ ହେବ ବୋଲି ସରକାର ନିଷ୍ପତି ନେଇଥିଲେ। ନଭେମ୍ବର ମାସ ୯ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ ବୋଲି ସରକାର ନିଷ୍ପତି ନେଇଥିଲେ । କିନ୍ତୁ ଏହି ନିଷ୍ପତିକୁ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ ଗୋଷ୍ଠି ମାନେ ତୀବ୍ର ବିରୋଧ କରିଥିଲେ । ଏପରିକି ଓଷ୍ଟା ପକ୍ଷରୁ ମଧ୍ୟ ଏହାର ବିରୋଧ କରାଯାଇଥିଲା । ଅନଲାଇନ୍ ପାଠପଢା ସମସ୍ତଙ୍କ ପାଖରେ ପହଞ୍ଚିପାରୁନାହିଁ ବୋଲି ସେମାନେ ମତ ଦେଇଥିଲେ ।ବିନା ପାଠପଢାରେ ଏତେ ଶୀଘ୍ର ଫର୍ମ ପୂରଣ କରିବା ଠିକ ନୁହେଁ ବୋଲି କହିଥିଲେ।
ତେଣୁ ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ର଼଼ଞନ ଦାସ ବିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି ।