ସନଷ୍ଟାରଟିଭି ବ୍ୟୁରୋ
କୋଭିଡ ଭ୍ୟାକସିନ ପାଇଁ ସାରା ବିଶ୍ବ ଏବେ ଚିନ୍ତାରେ । ସେଥିରୁ ବାଦ ପଡିନାହିଁ ଓଡିଶା ।ଏବେ ଓଡିଶାରେ ନିର୍ମାଣ ହେବାକୁ ଯାଉଛି କରୋନା ଟିକା ପ୍ରସ୍ତୁତିକରଣ କାରଖାନା । ଭୁବନେଶ୍ବରର ଅନ୍ଧାରୁଆରେ ନିର୍ମାଣ ହେବାକୁ ଯାଉଛି ଏହି କାରଖାନା । ଭାରତ ବାୟୋଟେକ୍ ଇଣ୍ଟର୍ନ୍ୟାସନାଲ ଲିମିଟେଡ ଏଠାରେ ଟିକା ଉତ୍ପାଦନ କରିବ ।ଖୁବ୍ ଶୀଘ୍ର କାରଖାନାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ୩ଶହ କୋଟି ଟଙ୍କା ପୁଞ୍ଜି ନିବେଶ କରିବ ଭାରତ ବାୟୋଟେକ୍ । କେବଳ କରୋନା ନୁହେଁ , ମ୍ୟାଲେରିଆ ସମେତ ୧୦ ପ୍ରକାର ଟିକା ଉତ୍ପାଦନ କରିବ ଏହି କମ୍ପାନୀ ।
ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି ।୧୫ ଦିନ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।