ସନଷ୍ଟାର ଟିଭି ବ୍ୟୁରୋ
ଇସ୍ରୋ ଆଜି ସଫଳତାର ସହ ଅନ୍ତରୀକ୍ଷକୁ ଯାତ୍ରା କରିଛି ପୃଥିବୀ ପର୍ଯ୍ୟବେକ୍ଷଣ ରକେଟ PSLV-C49 । ଏମର୍ଜିଂ ଉପଗ୍ରହ ସାଟେଲାଇଟ୍ ଓ ଅନ୍ୟ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ସଫଳତାର ସହ ଲଞ୍ଚ କରାଯାଇଛି । ଆଜି ଠିକ୍ ୩ଟା ୧୨ରେ ଏହି ଉପଗ୍ରହ ମାନଙ୍କୁ ସଫଳତାର ସହ ଶ୍ରୀହରିକୋଟାରୁ ଲଞ୍ଚ କରାଯାଇଛି । ୩ଟା ୨ମିନିଟରେ ପରିକ୍ଷଣର ସମୟ ରହିଥିଲା ମାତ୍ର ମେଘୁଆ ପାଗ ପାଇଁ ଏହାକୁ ୧୦ ମିନିଟ ବିଳମ୍ବରେ କରାଗଲା । ରାଡାର ଏମର୍ଜିଂ ଉପଗ୍ରହ ସହ ଯାଉଥିବା ୯ ବିଦେଶୀ ଉପଗ୍ରହ ମଧ୍ୟରେ ଅଛି, ଗୋଟିଏ ଉଦ୍ୟୋଗିକ ଡେମନଷ୍ଟ୍ରେଟର ଲିଥୁଆନିଆ, ୪ଟି ମେଟିଟାଇମ ଆପ୍ଲିକେସନ ସାଟେଲାଇଟ୍ ଲକ୍ସମବର୍ଗ ରହିଛି । ଏଣିକି ରାତିରେ ବି ଦେଖାଯିବ ପୃଥିବୀର ସ୍ପଷ୍ଟ ଚିତ୍ର ।
ରକେଟର ପ୍ରାଥମିକ ପେଲୋଡ ଭାରତର ରାଡାର ଇମେଜିଙ୍ଗ ଉପଗ୍ରହ EOS-୦୧ ଅଟେ । ଏହା RISAT-2BRT2 ଉପଗ୍ରହ ଅଟେ ଯାହାର ନାମ ବଦଳାଯାଇ EOS 01 ରଖାଯାଇଛି । EOS-01 ଆଡଭାନ୍ସ ଅର୍ଥ ଅବଜରବେସନ ଉପଗ୍ରହ ଅଟେ ଯାହାର ସିନ୍ଥେଟିକ ଆପର୍ଚର ରଡାର ଦିନ ରାତିକୁ ଖାତିର ନକରି ବାଦଲ ଭିତରେ ଥାଇ ମଧ୍ୟ ହାଇ ରେସ୍ୟୁଲେସନର ଫଟୋ ନେବାରେ ସକ୍ଷମ ହେବ ।
ବୈଜ୍ଞାନିକଙ୍କ ମତରେ ଭାରତର ନୂଆ ଆଖି ଅନ୍ତରୀକ୍ଷରୁ ସେନାର ତଦାରଖ କ୍ଷମତାକୁ ଆହୁରି ସୁଦୃଢ଼ କରିବ । ଏହାର ସହ LAC ଷ୍ଟାଣ୍ଡ ଅଫ ମଧ୍ୟରେ ଚୀନ ଉପରେ ତୀକ୍ଷ୍ନ ନଜର ରଖିବା ପାଇଁ ଏହା ସାହାଯ୍ୟ କରିବ ।ଏହି ରକେଟର ବ୍ୟବହାର କୃଷି, ଜରଙ୍ଗ, ମୃତ୍ତିକାର ଆର୍ଦ୍ରତା, ଭୂବିଜ୍ଞାନ, ତଟ୍ଟ ଦେଶରେ ତଦାରଖ ଏବଂ ବନ୍ୟା ପରିସ୍ଥିତି ଉପରେ ମଧ୍ୟ ନଜର ରଖିବ ।PSLV C49 ଲଞ୍ଚ ହେବାର ଏହାର ଠିକ ପରେ ISRO PSLV C50ର ମାଧ୍ୟମରେ ନିଜର ବହୁ ପ୍ରତିକ୍ଷିତ GSAT-12R ଉପଗ୍ରହକୁ ଲଞ୍ଚ କରିବ ଏବଂ ଏହାପରେ GISAT-1 ସାଟେଲାଇଟକୁ GSLV ରକେଟ ଜରିଆରେ ପ୍ରକ୍ଷେପିତ କରାଯିବ ।