ସନଷ୍ଟାରଟିଭି ବ୍ୟୁରୋ
ବିଶ୍ବବିଦ୍ୟାଳୟ ଓ କଲେଜ ଖୋଲିବା ଲାଗି ଗାଇଡଲାଇନ୍ ଜାରି କଲା ୟୁଜିସି । ୟୁଜିସିର ଗାଇଡଲାଇନ ଅନୁଯାୟୀ, କ୍ଲାସ ରୁମ୍ରେ ସାମାଜିକ ଦୂରତା ରଖାଯିବ। କ୍ଲାସ ରୁମ୍ର ଆକାର ଦେଖି ରୋଟେସନ ଭିତ୍ତିରେ ୫୦% ପିଲାଙ୍କୁ ପାଠ ପଢ଼ିବା ପାଇଁ ଛଡ଼ା ଯିବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ହିଁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକ କେବେ ଖୋଲିବ, ତା’ର ନିଷ୍ପତ୍ତି ନେବେ। ସମସ୍ତେ ମାସ୍କ ପିନ୍ଧିବେ ଓ ପରସ୍ପର ମଧ୍ୟରେ ୬ ଫୁଟର ଦୂରତା ରକ୍ଷା କରିବା ବାଧ୍ୟତାମୂଳକ ଅଟେ। ନିୟମିତ ହାତକୁ ସାନିଟାଇଜ କରାଯିବ । କାଶିବା ଓ ଛିଙ୍କିବା ବେଳେ ଟିସୁ କିମ୍ବା ରୁମାଲରେ ଏହାକୁ ଘୋଡ଼ାଇ ରଖିବେ। ସେହିପରି ଏଗୁଡ଼ିକୁ ଉତ୍ତମ ଭାବେ ଫୋପାଡ଼ିବାର ବ୍ୟବସ୍ଥା ମଧ୍ୟ କରିବେ। ଛେପ ବାହାରେ ପକାଇ ପାରିବେ ନାହିଁ। ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ କରାଯିବ। କୌଣସି କଲେଜରେ କ୍ଲାସ ଆରମ୍ଭ ହେବା ପୂର୍ବରୁ ପ୍ରଥମେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ସ୍ଥାନକୁ ସୁରକ୍ଷିତ ଘୋଷଣା କରାଯିବ। ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପ୍ରତିନିଧି ସେଠାକୁ ଯାଇ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବ୍ୟବସ୍ଥା ଆପଣା ଯାଇଛି କି ନାହିଁ, ତା’ର ଯାଞ୍ଚ କରିବେ। ଆବଶ୍ୟକ ସ୍ଥଳେ ରାଜ୍ୟ ସରକାର କଲେଜ ଓ ବିଶ୍ୱବିଦ୍ୟାଳୟ ପାଇଁ କଠୋର ଗାଇଡଲାଇନ ଜାରି କରିପାରିବେ। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ସେହିପରି କଣ୍ଟେନମେଣ୍ଟ ଜୋନରୁ କୌଣସି ଶିକ୍ଷକ କିମ୍ବା ଶିକ୍ଷାର୍ଥୀଙ୍କୁ କ୍ଲାସ କରିବାକୁ ଅନୁମତି ମିଳିବ ନାହିଁ।
କରୋନା ମହାମାରୀ ପାଇଁ ଚଳିତ ବର୍ଷ ମାର୍ଚ୍ଚରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।