ସନଷ୍ଟାର ଟିଭି ବ୍ୟୁରୋ
ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆସନ୍ତା ବର୍ଷ ନିଜ ପଦ ଛାଡିପାରନ୍ତି । ସୂଚନାଯୋଗ୍ୟ, ରାଷ୍ଟ୍ରପତି ପୁଟିନ୍ ପାର୍କିସନ୍ସ ରୋଗରେ ପୀଡିତ ଅଛନ୍ତି । ତେଣୁ ତାଙ୍କର ପଦ ଛାଡିବା କଥା ପଦାକୁ ଆସିଛି । ତାଙ୍କ ସ୍ବାସ୍ଥ୍ୟକୁ ଆଖିଆଗରେ ରଖି ଦୁଇ ଝିଅ ଓ ତାଙ୍କ ଗର୍ଲଫ୍ରେଣ୍ଡ୍ ଏଲିନା କୋବେବା ତାଙ୍କୁ ରାଷ୍ଟ୍ରପତି ପଦବୀରୁ ଇସ୍ତଫା ଦେବାପାଇଁ କହୁଛନ୍ତି ।
ସୂଚନାଯୋଗ୍ୟ, ମସ୍କୋ ରାଜନୈତିକ ବୈଜ୍ଞାନିକ ଭେଲାରି ସୋଲୋଭି କହିଛନ୍ତି ଯେ, ତାଙ୍କର ଗୋଟିଏ ପରିବାର ଅଛି । ତାଙ୍କର ତାଙ୍କ ଉପରେ ପ୍ରଭାବ ମଧ୍ୟ ରହିଛି । ସେ ଜାନୁୟାରୀରେ ନିଜ ପଦ ଛାଡିବା ପାଇଁ ଯୋଜନାକୁ ସାର୍ବଜନୀନ କରିପାରନ୍ତି । ସୋଲୋଭି ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ପୁଟିନ୍ ପାର୍କିସନ୍ସରେ ପୀଡିତ ଅଛନ୍ତି । କାରଣ ତାଙ୍କଠାରେ ଏହି ରୋଗର ଲକ୍ଷଣ ଦେଖାଦେଇଛି ।
ଜଣେ ବିଶେଷଜ୍ଞଙ୍କ ଅନୁଧ୍ୟାନକୁ ସମୀକ୍ଷା କରାଯାଇଥିବା ଫୁଟେଜ ଅନୁସାରେ ପୁଟିନଙ୍କ ଗୋଡ ଲଗାତାର ଥରି ଉଠୁଥିଲା ଏବଂ ତାଙ୍କ ଚେୟାରର ବାହୁବଳୀ ଦବାଇବା ସମୟରେ ସେ ଯନ୍ତ୍ରଣା ଅନୁଭବ କରୁଥିଲେ । ଏହାସହ ପୁଟିନ୍ ନିଜ ଆଙ୍ଗୁଠିଗୁଡିକୁ ଚଳପ୍ରଚଳ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।