ସନଷ୍ଟାରଟିଭି ବ୍ୟୁରୋ
ଭୁବନେଶ୍ବର; ଓଡିଶା ବିଧାନସଭାର ରୂପରେଖ ଏବେ ବଦଳିବାକୁ ଯାଉଛି । ହିମାଚଳ ପ୍ରଦେଶ ପରି ଏବେ ଓଡିଶାରେ ମଧ୍ୟ ଇ-ବିଧାନ ସଭା ମଡେଲକୁ ଆପଣାଇବାକୁ ଯାଉଛି ।ଶୀତ ଅଧିବେଶନ ପରେ ଇ-ବିଧାନସଭା ପକ୍ରିୟାକୁ କାର୍ଯ୍ୟକାରୀ କରାଯିବ।ଏଥିନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଇ-ବିଧାନସଭା ପକ୍ରିୟାରେ ସମସ୍ତ କାର୍ଯ୍ୟ ଅନଲାଇନ ମାଧ୍ୟମରେ କରାଯିବ । କାଗଜ କଲମର ବ୍ୟବହାର କମ୍ କରାଯିବା ପାଇଁ ଏପରି ବ୍ୟବସ୍ଥା ଗ୍ରହଣକରାଯାଇଛି ବୋଲି ବାଚସ୍ପତି କହିଛନ୍ତି । ଆଉମଧ୍ୟ ସେ କହିଛନ୍ତି ଯେ ବିଧାନସଭା ଗୃହ ମଧ୍ୟରେ ଓ ବାହାରେ ଭିଡିଓ କନଫେରସିଙ୍ଗର ବ୍ୟବସ୍ଥା ରହିବ । ସବୁ ମନ୍ତ୍ରୀମାନଙ୍କ ପାଇଁ ଲାପଟପ ଓ ସିଷ୍ଟମର ବ୍ୟବସ୍ଥା ରହିବ। ଅନଲାଇନ ଫାଇଲ ପରିଚାଳନା ପାଇଁ ମନ୍ତ୍ରୀମାନଙ୍କୁ ଟ୍ରେନିଂ ଦେବ ଓକାକ୍ ।