ସନଷ୍ଟାରଟିଭି ବ୍ୟୁରୋ
ଭୁବନେଶ୍ବର; ଚଳିତ ବର୍ଷ କରୋନା ମହାମାରୀକୁ ନେଇ ସବୁ କାର୍ଯ୍ୟ ଏକ ପ୍ରକାର ବନ୍ଦ ହୋଇଯାଇଛି କହିଲେ ଭୁଲ ହେବ ନାହିଁ। ଚଳିତ ବର୍ଷ ମାର୍ଚ୍ଚରୁ ସବୁ ସ୍କୁଲ କଲେଜ ବନ୍ଦ ରହିଛି। ନଭେମ୍ବର ମାସରୁ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାଶ ଘୋଷଣା କରିଥିଲେ । କିନ୍ତୁ ଆନ୍ଧ୍ରପ୍ରଦେଶ ସମେତ କେତେକ ରାଜ୍ୟରେ ସ୍କୁଲ ଖୋଲିବା ପରେ ଶିକ୍ଷକ ଓ ଛାତ୍ରଛାତ୍ରୀ ବହୁମାତ୍ରାରେ କରୋନାରେ ସଂକ୍ରମିତ ଅବସ୍ଥାକୁ ଦେଖି ନଭେମ୍ବର ମାସରୁ ସ୍କୁଲ ଖୋଲିବା ନିଷ୍ପତିକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି।।
ସେ କହିଛନ୍ତି, ରାଜ୍ୟରେ ଡିସେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖାଯାଇ ଏହି ନିଷ୍ପତ୍ତି ନିଆଯାଇଛି ।ତେବେ ଅନ୍ ଲାଇନ୍ ପାଠ ପଢା କାର୍ଯ୍ୟ କ୍ରମ ପୂର୍ବପରି ଚାଲୁରହିବ। ସ୍କୁଲ୍ କେବେ ଖୋଲିବ ଏଥିନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏଁ ମିଳିପାରିନାହିଁ।