ସନଷ୍ଟାରଟିଭି ବ୍ୟୁରୋ
କରୋନା ମହାମାରୀ ସମୟରେ ସମଗ୍ର ବିଶ୍ବର ଅର୍ଥନିତୀ ହାର ତଳକୁ ତଳ ଖସିବାରେ ଲାଗିଛି। ଏହି ସମୟରେ ରାଜ୍ୟର ଅର୍ଥନିତୀକୁ ସ୍ଥିର କରିବା ପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ବୈଠକ ବସିଥିଲା। ଏହି ବୈଠକରେ ୫ଟି ବଡ଼ ପୁଂଜିନିବେଶ ପ୍ରସ୍ତାବକୁ ଅନୁମତି ମିଳିଛି । ଫଳରେ ରାଜ୍ୟରେ ୯୨ ହଜାର ୭୧୩ କୋଟି ଟଙ୍କା ନିବେଶ ହେବ ଏବଂ ୩୧ ହଜାର ୯୭୯ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
In a boost to #MakeInOdisha, High Level Clearance Authority under leadership of CM @Naveen_Odisha approved 5 mega investment proposals worth ₹92,713 Cr in metal sector. The projects will give a boost to industrial development and provide employment to more than 31,979 people. pic.twitter.com/qKAUpLsMhZ
— CMO Odisha (@CMO_Odisha) November 5, 2020
ଶିଳ୍ପ ବ୍ୟବସ୍ଥାର ଉନ୍ନତି ପାଇଁ ୫ଟି ମେଗା ନିବେଶ ପ୍ରସ୍ତାବକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ପେଲେଟ୍ସ , ଲୁହା , ଷ୍ଟିଲ ଆଦି ଶିଳ୍ପରେ ଏହି ନିବେଶ ହେବ । ଏହି ପୁଂଜିନିବେଶ ମଧ୍ୟରେ ରହିଛି ଅନୁଗୁଳରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ ର ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣ ଓ ଜିନ୍ଦଲ ଷ୍ଟେନଲେସ୍ ଲିମିଟେଡର କଳିଙ୍ଗନଗର ପ୍ଲାଂଟର ସଂପ୍ରସାରଣ ।ଏହା ସହ ଅନୁମତି ପାଇଥିବା ପୁଞିନିବେଶ ମଧ୍ୟରେ ରହିଛି ସମ୍ବଲପୁରରେ ଥିବା ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡର ଇସ୍ପାତ କାରଖାନାର ସଂପ୍ରସାରଣ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପୁଂଜିନିବେଶ ନିଯୁକ୍ତି କ୍ଷେତ୍ରରେ ବଡ଼ ସୁଯୋଗ ସୃଷ୍ଟି କରିବ । ରାଜ୍ୟରେ ଶିଳ୍ପ ଅର୍ଥନୀତିରେ ତ୍ୱରିତ ସୁଧାର ଆସିଛି । ଫେବ୍ରୁଆରୀ ମାସରୁ ଏପର୍ଯ୍ୟନ୍ତ ୧ ଲକ୍ଷ ୧୭ ହଜାର କୋଟିର ପୁଂଜିନିବେଶକୁ ଅନୁମତି ଦିଆଯାଇଛି । ଯାହା ୫୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ଏହି ଉଚ୍ଚସ୍ତରିୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଅର୍ଥମନ୍ତ୍ରୀ ନିରଞନ ପୂଜାରୀ , ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ୫ଟିର ସଚିବ ଭି କେ ପାଣ୍ଡିଆନ୍, ଦିବ୍ୟଶଙ୍କର ମିଶ୍ର, ପ୍ରଭୃତି ଉପସ୍ଥିତ ରହିଥିଲେ ।