ସନଷ୍ଟାର ବ୍ୟୁରୋ
ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକାରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ ପ୍ରକ୍ରିୟା। କିନ୍ତୁ ଭୋଟିଂ ଗଣତିକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଡୋନାଲ୍ଡ୍ ଟ୍ରମ୍ପ। ବିଭିନ୍ନ ରାଜ୍ୟରେ ହେଉଥିବା ଭୋଟିଂ ରେ ଅନିୟମିତା ଦେଖାଯାଉଛି ବୋଲି ସେ ଆରୋପ ଲଗାଇଛନ୍ତି ତାଙ୍କ କହିବା ଅନୁସାରେ ୱିନକନସିନ୍ ରେ ଭୋଟିଂ ଗଣତିରେ ସେ ଆଗୁଆ ଥିଲେ କିନ୍ତୁ ହଠାତ ସବୁ ଭୋଟ ବାଇଡେନ୍ ସପକ୍ଷରେ ଚାଲିଯାଇଥିଲା। ଏହାଛଡା ରିପବ୍ଲିକାନ୍ ପାର୍ଟିର କର୍ମକର୍ତ୍ତା ମଧ୍ୟ କିଛି ବିଷୟକୁ ନେଇ ଆପତ୍ତି ଉଠାଇଛନ୍ତି। ସମସ୍ତେ ମିଶି ତାଙ୍କୁ ହରାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ଟ୍ରମ୍ପ ।
ଏବେ ସୁଦ୍ଧା ବାଇଡେନଙ୍କୁ 264 ଓ ଟ୍ରମ୍ପଙ୍କୁ 214 ଇଲେକ୍ଟ୍ରୋକାଲ ଭୋଟ ମିଳିଛି। ଆଜି ମଧ୍ୟରେ ଭୋଟ ଗଣତି ଶେଷ ହୋଇପାରେ।