ସନଷ୍ଟାରଟିଭି ବ୍ୟୁରୋ
ଭୁବନେଶ୍ବର; ବହୁ ପ୍ରତିକ୍ଷିତ ‘ଋଷା ଭବନ’ ର ଆଜି୦୫/୧୧/୨୦୨୦ରେ ଉଦଘାଟନ ହୋଇଛି ।ଉତ୍କଳ ବିଶ୍ୱବିଦ୍ୟାଳୟରେ ଉଦଘାଟିତ ହୋଇଛି ନୂତନ ଗବେଷଣା କେନ୍ଦ୍ର ‘ବିଦ୍ୟାନିଧି ଋଷା ଭବନ’ ଏବଂ ଧର୍ମପଦ ସମାବେଶନ କକ୍ଷ । ଏହି ଉଦଘାଟନି ସମାରୋହରେ ଉତ୍କଳ ବିଶ୍ୱବିଦ୍ୟାଳୟର କୂଳାଧିପତି ପ୍ରଫେସର. ସୌମେନ୍ଦ୍ର ମୋହନ ପଟ୍ଟନାୟକ , ପିଜି କାଉନସିଲ ଅଧକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ଓ ରେଜିଷ୍ଟର ଅଭୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଉଭୟ ‘ବିଦ୍ୟାନିଧି ଋଷା ଭବନ’ ଏବଂ ଧର୍ମପଦ ସମାବେଶନ କକ୍ଷ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଶି ଲାଲଙ୍କ ଆନୁକୁଲ୍ୟରେ ଉଦଘାଟିତ ହୋଇଛି, ଯାହା ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଗୁଣାତ୍ମକ ମାନକୁ ଦ୍ୱିଗୁଣିତ କରିବ । ଆଗକୁ ଏହି ଗବେଷଣା କେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପାଇଁ ଗୌରବ ଆଣିବା ସହ ସର୍ବଭାରତୀୟ ସ୍ତରରେ ଏକ ନୂତନ ପରିଚୟ ସୃଷ୍ଠି କରିବ ।ଏଥିସହ ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ଗବେଷଣା ସ୍ତରରେ ଉପକୃତ ହେବେ ।