ସନଷ୍ଟାରଟିଭି ବ୍ୟୁରୋ
ଫୋର୍ବସ ମାଗାଜିନ ତରଫରୁ ଦେଶର ସବୁଠୁ ଧନୀମାନଙ୍କର ଲିସ୍ଟ ଜାରି କରି ଦିଆଯାଇଛି । ସେହି ଲିସ୍ଟରେ ଭାରତର ୫ ଜଣ ମହିଳା ବି ସାମିଲ ଅଛନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ଭାରତର ମହିଳାମାନେ କୌଣସି ବି କ୍ଷେତ୍ରରେ ପଛରେ ନାହାନ୍ତି । ଆସନ୍ତୁ ଜାଣିବା ସେହି ୫ ମହିଳାଙ୍କ ବିଷୟରେ।
ମଲ୍ଲିକା ଶ୍ରୀନିବାସନ
ମଲ୍ଲିକା ଶ୍ରୀନିବାସନ ଟ୍ରାକଟରସ୍ ଆଣ୍ଡ ଫାର୍ମ ଇକ୍ୟୁପମେଣ୍ଟ ଲିମିଟେଡର ସିଇଓ ଅଟନ୍ତି । ମଲ୍ଲିକା ଶ୍ରୀନିବାସନ ପୃଥିବୀର ତୃତୀୟ ଓ ଭାରତର ଦ୍ଵିତୀୟ ସବୁଠୁ ଅଧିକ ଟ୍ରାକ୍ଟର ତିଆରି କରୁଥିବା କମ୍ପାନୀର ମାଲିକ ଅଟନ୍ତି । ଫୋର୍ବସ ଲିସ୍ଟରେ ଧନୀ ଭାରତୀୟ ମହିଳାମାନଙ୍କ ମଧ୍ୟରେ ମଲ୍ଲିକା ଶ୍ରୀନିବାସନ ପଞ୍ଚମ ସ୍ଥାନରେ ଅଛନ୍ତି । ଫୋର୍ବସ ଅନୁସାରେ ମଲ୍ଲିକା ଶ୍ରୀନିବାସନଙ୍କ ମୋଟ ସମ୍ପତ୍ତି ୧୭୯୧୭ କୋଟି ଟଙ୍କା ଅଟେ ।
ଲୀନା ତିଓ୍ବାରି
ଲୀନା ତିଓ୍ବାରି ଫାର୍ମା କମ୍ପାନୀ ୟୁଏସଭି ଇଣ୍ଡିଆର ପ୍ରମୁଖ ଅଟନ୍ତି । ୟୁଏସଭି ଇଣ୍ଡିଆ କମ୍ପାନୀକୁ ଲୀନା ତିବାରିଙ୍କ ପିତା ଭିଟଲ ଗାନ୍ଧୀ ୧୯୬୧ରେ ସ୍ଥାପିତ କରିଥିଲେ। ଫୋର୍ବସ ସୂଚୀ ଅନୁସାରେ ଦେଶର ସବୁଠୁ ଧନୀ ମହିଳାମାନଙ୍କ ଲିସ୍ଟରେ ଲୀନା ତିଓ୍ବାରି ଚତୁର୍ଥ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୨୧୯୩୯ କୋଟି ଟଙ୍କା ଅଟେ ।
ବିନୋଦ ରାୟ ଗୁପ୍ତା
ଭାରତର ସବୁଠୁ ଧନୀ ୫ ଜଣ ମହିଳାମାନଙ୍କ ସୂଚୀରେ ସାମିଲ ଥିବା କେବଳ ବିନୋଦ ରାୟ ଗୁପ୍ତାଙ୍କର ସମ୍ପତ୍ତି ଗତ ୧ ବର୍ଷ ମଧ୍ୟରେ କମ ହୋଇ ଯାଇଛି । କିନ୍ତୁ ସେ ଧନୀ ମହିଳାଙ୍କ ଲିସ୍ଟରେ ତୃତୀୟ ସ୍ଥାନରେ ଅଛନ୍ତି । ବିନୋଦ ରାୟ ଗୁପ୍ତାଙ୍କ ମୋଟ ସମ୍ପତ୍ତି ଗତ ବର୍ଷ ୩୦୨୯୧ କୋଟି ଟଙ୍କାରୁ କମି ୨୫୯୬୧ ଟଙ୍କା ହୋଇ ଯାଇଛି ।
କିରଣ ମଜୁମଦାର ଶ
କିରଣ ମଜୁମଦାର ଶ ଭାରତର ସେହି କୋଟିପତି ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ଅଟନ୍ତି ଯିଏ ନିଜ ଜୀବନରେ ସବୁକିଛି ନିଜେ ହିଁ ହାସଲ କରିଛନ୍ତି । କିରଣ ମଜୁମଦାର – ଶ ବାୟୋକନ୍ କମ୍ପାନୀର ମାଲିକ ଅଟନ୍ତି । ତାଙ୍କର କମ୍ପାନୀ ଔଷଧ ତିଆରି କରିଥାଏ । ସମ୍ପତ୍ତି ମାମଲାରେ ଦ୍ଵିତୀୟ ଭାରତୀୟ ଧନୀ ମହିଳା ଅଟନ୍ତି । ତାଙ୍କର ମୋଟ ସମ୍ପତ୍ତି ୩୩୬୩୯ କୋଟି ଟଙ୍କା ଅଟେ ।
ସାବିତ୍ରୀ ଜିଂଦଲ
ଜିଂଦଲ କମ୍ପାନୀର ମାଲିକ ସାବିତ୍ରୀ ଜିଂଦଲ ନିଜ ସ୍ଵାମୀ ଓମ ପ୍ରକାଶ ଜିଂଦଲଙ୍କ ମୃତ୍ୟୁ ପରେ ତାଙ୍କର ବ୍ୟବସାୟକୁ ସମ୍ଭାଳି ଥିଲେ । ସେ କେବଳ ଜିଂଦଲ କମ୍ପାନୀର ମାଲିକ ହିଁ ନୁହନ୍ତି ,ସେ ହରିୟାନାରେ ମନ୍ତ୍ରୀ ବି ରହି ଥିଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ସେ ଆସିବା ପରେ କମ୍ପାନୀର କାରୋବାର ୪ ଗୁଣା ବଢିଗଲା । ତାଙ୍କର ମୋଟ ସମ୍ପତ୍ତି ୪୨୪୧୫ କୋଟି ଟଙ୍କା ଅଟେ ।