ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ସୁସ୍ଥଙ୍କ ସଂଖ୍ୟା । ଆଜି ସୁଦ୍ଧା ସୁସ୍ଥ ହୋଇଛନ୍ତି ୧୫୨୦ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ରାଜ୍ୟରେ ୨୮୨୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଟ୍ୱିଟ୍ କରି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।୨୪ ଘଣ୍ଟାରେ ୧ ହଜାର ୩୮୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୯୮ ଓ ସ୍ଥାନୀୟ ଅଞ୍ଚଳରୁ ୫୮୭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୨୭୪ରେ ପହଞ୍ଚିଛି ।
Another 1520 Covid patients have recovered and are being discharged on 04.11.2020
285 from Khordha
113 from Mayurbhanj
102 from Cuttack
94 from Jagatsinghpur
89 from Anugul
70 from Nuapada
68 from Jharsuguda
65 from Sundargarh
63 from Bolangir
53 from Kendrapara
50 from Baleswar— H & FW Dept Odisha (@HFWOdisha) November 4, 2020
ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କାକୁ ଏଡାଇବାକୁ ସର୍ତକ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ଡିସେମ୍ବର ୧୫ରୁ ଜାନୁଆରୀ ୧୫ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇପାରେ। ପୂଜା ସମୟରେ ଶୃଙ୍ଖଳାର ସହ କୋଭିଡ ନିୟମ ପାଳନ କରିଥିବାରୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି ।