ଭୁବନେଶ୍ବର; ସ୍କୁଲ ଖୋଲିବା ନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାସ । ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲାଯିବ ଏବଂ ଏ ନେଇ ଏସଓପି ପ୍ରସ୍ତୁତ କରା ଯାଇଛି ବୋଲି କହିଛନ୍ତି । ନବମରୁ ଦଶମ ଶ୍ରେଣୀ ଯାଏଁ ସଂପୂର୍ଣ୍ଣ କ୍ଲାସ ହେବ । ପିଲାଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ସେମାନଙ୍କର ଅଭିଭାବକମାନେ ନିଷ୍ପତି ନେବେ ।ପିଲାମାନଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ଅଭିଭାବକମାନେ ଯଦି ରାଜି ନହୁଅନ୍ତି, ତା’ହେଲେ ଅନ୍ଲାଇନ୍ କ୍ଲାସର ବ୍ୟବସ୍ଥା ଜାରି ରହିବ । ଏ ନେଇ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହିତ ଆଲୋଚନା ମଧ୍ୟ କରାଯିବ ।
ପୂର୍ବରୁ କରୋନା ପାଇଁ ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯାଇଛି । ଏଥିରୁ ଆଉ କମ୍ କରାଯିବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ବଳକା ୭୦ ପ୍ରତିଶତ ସିଲାବସ୍ ପାଇଁ ନୂଆ କ୍ୟାଲେଣ୍ଡର ପ୍ରସ୍ତୁତ ହେବ । ବିଭାଗୀୟ ବୈଠକ ବସିଛି । ଏଥି ସହିତ ବିଭିନ୍ନ ଅଂଶିଦାରଙ୍କ ସହ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି ।