ଭୁବନେଶ୍ୱର;କରୋନା କଟକଣା ଭିତରେ କୋଭିଡ -୧୯ ଗାଇଡଲାଇନ ସହ ନଭେମ୍ବର ୨ ରୁ ୧୭ଟି ରୁଟରେ ଗଡିବ ମୋ ବସ୍ ।ଏଥିନେଇ ସୂଚନା ଦେଇଛନ୍ତି କ୍ରୁଟ୍ କର୍ତ୍ତୁପକ୍ଷ । ସୋମବାର ଠାରୁ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନ୍ୟ ରୁଟ ଗୁଡିକରେ ମୋ ବସ୍ ଯାତାୟତ କରିବ ।
📢 Notice-
2nd November ( Monday) onwards #MoBus 🚌 will ply on 17 routes.#NoMaskNoEntry#MoBusforBetterYou@MOBBY_MoBus pic.twitter.com/o8ftj3vl3B
— Capital Region Urban Transport (@CRUT_BBSR) October 31, 2020
କ୍ରୁଟର ସୂଚନା ଅନୁଯାୟୀ, ରୁଟ-୧୧ରେ ନନ୍ଦନବିହାରରୁ ବାଳକାଟି, ରୁଟ-୧୨ରେ ମାଷ୍ଟରକ୍ୟାଣ୍ଟିନରୁ ନନ୍ଦନକାନନ, ରୁଟ ୧୬ରେ ମାଷ୍ଟରକ୍ୟାଣ୍ଟିନରୁ କଟକର ବିଜୁପଟ୍ଟନାୟକ ପାର୍କ, ରୁଟ ୧୭ରେ ଭୁବନେଶ୍ୱର ବିମାନ ବନ୍ଦରରୁ ବାରବାଟୀ ଷ୍ଟାଡିୟମ, ରୁଟ-୧୮ରେ ବରମୁଣ୍ଡାରୁ ଜଗତପୁର, ରୁଟ-୧୯ରେ ଏମସରୁ ଓଏମପି ଛକ, ରୁଟ ୨୦ରେ ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଭାୟା ବାଣୀ ବିହାର, ରୁଟ-୨୨ରେ ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଭାୟା ଜଟଣୀ, ରୁଟ-୨୩ରେ ମାଷ୍ଟର କ୍ୟାଣ୍ଟିନରୁ ସମ ହସ୍ପିଟାଲ, ରୁଟ-୨୪ରେ କଳିଙ୍ଗ ବିହାରରୁ ସାଇ ମନ୍ଦିର, ରୁଟ-୨୫ରେ ଡୁମଡୁମାରୁ ମଞ୍ଚେଶ୍ୱର, ରୁଟ-୨୭ରେ ମାଷ୍ଟରକ୍ୟାଣ୍ଟିନରୁ ଏମସ, ରୁଟ-୨୮ ରେ ମାଷ୍ଟରକ୍ୟାଣ୍ଟିନରୁ ଘାଟିକିଆ, ରୁଟ-୩୦ରେ ମାଷ୍ଟରକ୍ୟାଣ୍ଟିନରୁ ଗୋଠପାଟଣା, ରୁଟ-୩୩ରେ ମାଷ୍ଟରକ୍ୟାଣ୍ଟିନରୁ ପିପିଲି, ରୁଟ-୫୦ରେ ମାଷ୍ଟରକ୍ୟାଣ୍ଟିନରୁ ପୁରୀ ବସଷ୍ଟାଣ୍ଡ, ରୁଟ-୭୦ରେ ମାଷ୍ଟରକ୍ୟାଣ୍ଟିନରୁ କୋଣାର୍କ ବସ ଚାଲିବ ।