ଭୁବନେଶ୍ୱର ;ସାରା ଦେଶରେ ଆଜିଠୁ ଏଲପିଜି ସିଲିଣ୍ଡରକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଯାହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ ।ତୈଳ କମ୍ପାନୀମାନେ ନଭେମ୍ବର ୧ତାରିଖରେ ଡେଲିଭରି ଅଥଣ୍ଟିକେଶନ୍ କୋଡ (ଡିଏସି) ଲାଗୁ କରିବେ । ଅର୍ଥାତ୍ ଗ୍ୟାସର ଡେଲିଭରି ପୂର୍ବରୁ ଉପଭୋକ୍ତାଙ୍କ ପଞିକୃତ ମୋବାଇଲ୍ ନମ୍ବରରେ ଏକ ଓଟିପି ଆସିବ। ସିଲିଣ୍ଡର ଯେତେବେଳେ ଘରକୁ ଆସିବ ଏହି ଓଟିପି ନମ୍ବର ଗ୍ୟାସ ଡେଲିଭରି ବୟଙ୍କୁ ସେୟାର କରିବାକୁ ପଡିବ ।ଯେବେ ଓଟିପି ସିଷ୍ଟମରେ ମେଳ ଖାଇବ, ତେବେ ଯାଇ ଗ୍ରାହକଙ୍କୁ ଗ୍ୟାସ ମିଳିବ।
ଯଦି କୌଣସି ଗ୍ରାହକଙ୍କ ମୋବାଇଲ ନମ୍ବର ଅପଡେଟ ହୋଇନାହିଁ, ତେବେ ସେ ଡେଲିଭରି ବୟଙ୍କ ନିକଟରେ ଥିବା ଆପରେ ମଧ୍ୟ ନିଜର ନମ୍ବର ଅପଡେଟ୍ କରିପାରିବେ ।
ଇଣ୍ଡେନ୍ ଗ୍ୟାସ୍ ବୁକିଂ ନମ୍ବର ମଧ୍ୟ ବଦଳିବ । ୭୭୧୮୯୫୫୫୫୫ ରେ କଲ୍ କିମ୍ବା ଏସ୍ଏମଏସ୍କୁ ଏଲପିଜି ଗ୍ୟାସ୍ ସିଲିଣ୍ଡର ବୁକିଂ ପାଇଁ ବ୍ୟବହାର କରିପାରିବେ ।