ଭୁବନେଶ୍ୱର; ପ୍ରତି ବର୍ଷ ଆଶ୍ୱିନ ମାସ ପୂର୍ଣ୍ଣମୀ ତିଥୀରେ ପ୍ରତ୍ୟେକ ଓଡିଆ ଘରେ ମହା ଆଡମ୍ବର ରେ ପାଳିତ ହୁଏ କୁମାର ପୂର୍ଣ୍ଣିମା କରୋନା କଟକଣା ପାଇଁ ଏ ବର୍ଷ ସମସ୍ତ ପୂଜା ଫିକା ପଡିବାରେ ଲାଗିଛିା ସେହି କଟକଣା ମଧ୍ୟରେ ମଧ୍ୟ ପରମ୍ପରା ଓ ରିତୀନିତୀ କୁ ବଜାୟ ରଖି ପାଳନ ହୋଇଛି କୁମାର ପୂର୍ଣ୍ଣମା ।
କୁମାରୀମାନେ ଏହି ଦିନ ସୂର୍ଯ୍ୟଦୋୟ ପୂର୍ବରୁ ନିଜର ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରି ପ୍ରସ୍ତୁତ ହୋଇ ପଡନ୍ତି ସକାଳର ପୂଜାରେ । ଖଇ, ନଡିଆ, ଗୁଆ, ଆଖୁ ଆଦି ସାତ ପ୍ରକାର ଫଳକୁ ଏକ କୁଲାରେ ରଖି ସାତ ଥର ଆଞୁଳି ଟେକି ସୂର୍ଯ୍ୟକୁ ପ୍ରଣାମ କରନ୍ତି ।
ସନ୍ଧ୍ୟା ହେବା ମାତ୍ରେ ଖଇ, ଚାଉଳ, କଦଳୀ, ଗୁଡ ଓ ନଡିଆ କୁ ଚଉରା ମୂଳରେ ଚନ୍ଦ୍ର ଆକୃତି ତିଆରି କରି ପୂଜା କରନ୍ତି ଓ ଚାନ୍ଦ ଭୋଗ ଖାଆନ୍ତି ।ଏହି ପୂଜା ଅବସରରେ ଗାଁ ଗହଳିରେ ରାତି ସାରା ପୁଚି,ପଶା, କବାଡି ଖେଳର ଆସର ଜମିଥାଏ ଓ ଝିଅ ମାନେ କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ ଗୀତ ଗାଇଥାନ୍ତି । ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଥାଏ। କୁହାଯାଏ କୁମାରୀ ମାନେ ଏହି ପର୍ବ ଚନ୍ଦ୍ରଙ୍କ ପରି ଶାନ୍ତ ଓ ସୂର୍ଯ୍ୟଙ୍କ ପରି ତେଜସ୍ୱୀ ବର ପାଇବା ପାଇଁ କରିଥାନ୍ତି ।